State

ବୈଜୟନ୍ତ ଯିବେ କୁଆଡେ : ଏକ ଅୟୁତ ମୂଲ୍ୟର ପ୍ରଶ୍ନ !!!!

ବୈଜୟନ୍ତ କେବେ BJD ଛାଡିବେ ନା ତାଙ୍କୁ ଦଳରୁ ବହିସ୍କାର କରାଯିବ ଏ ପ୍ରଶ୍ନ କିଛି ମାସ ଓଡିଶାର ରାଜନୈତିକ ବାତାବରଣକୁ ସରଗରମ ରଖିଲା । ଗତକାଲି  ବୈଜୟନ୍ତ BJD ରୁ ଇସ୍ତଫା ଦେଲାପରେ ସେ ଏବେ ଯିବେ କୁଆଡେ ତାହା ହଉଛି  ରାଜନୈତିକ ମାହୋଲର ବର୍ତମାନ ପାଇଁ ସବୁଠୁ ବଡ ପ୍ରସଙ୍ଗ।

ଏକଥା ଅବଶ୍ୟ ସତ୍ୟଯେ ବୈଜୟନ୍ତ BJD ଛାଡିବା ତାଙ୍କ ପାଇଁ ଲାଭ ଦାୟକ ହଉ କି ନ ହଉ BJD ପାଇଁ ଏକ ଅପୂରଣୀୟ କ୍ଷତି ହେଲା ।କାରଣ ବୈଜୟନ୍ତ ପଣ୍ଡା ଜଣେ ସାଧାରଣ ଲୋକପ୍ରତିନିଧି ନୁହନ୍ତି ସେ ଜଣେ ରାଜନୈତିକ ଶକ୍ତି କେନ୍ଦ୍ର । ଏହି ସତ୍ୟଟିକୁ BJD ର ରଣନୀତିକାର ମାନେ ଯଦି ଉପେକ୍ଷା କରିଛନ୍ତି ତାହେଲେ ଦଳ ପାଇଁ ସେମାନେ ଆତ୍ମଘାତି କାମ କରିଛନ୍ତି ବୋଲି କହିବାକୁ ହେବ ।

ଯଦି ଦେବୀ ମିଶ୍ର,ଅରୁଣ ସାହୁ,ସଞ୍ଜୟ ଦାସ ବର୍ମା,ବବି ଦାସ ପରି ନେତା ମାନଙ୍କୁ BJD ତା’ର ସମ୍ପତ୍ତି ଭାବି ବୈଜୟନ୍ତ ପଣ୍ଡା,ରାଜା ସ୍ଵାଇଁ ପରି ରାଜ ନେତାଙ୍କୁ ଅପମାନିତ କରେ ତାହେଲେ ୨୦୧୯ ର ମହାଯୁଦ୍ଧ ହୁଏତ BJD କୁ ଧୋକା ଦେଇପାରେ ।

ମ୍ୟାଜିକ ଏକ ଭ୍ରମ,ନବୀନଙ୍କ ଭାବମୂର୍ତି ମଧ୍ୟ ଓଡିଶା ପାଇଁ ଏକ ଭ୍ରମ । ତେବେ କୌଣଶୀ ଭ୍ରମ କାଳଜୟୀ ନୁହ୍ନେ । ତେବେ ଏକଥା ସ୍ଵିକାର୍ଜ୍ୟ ଯେ ନବୀନ ଶୃଙ୍ଖଳା ପ୍ରିୟ,ଯେତେବି କ୍ଷମତାଶାଳି ନେତା ଦଳରେ ଆନୁଗତ୍ୟର ଲକ୍ଷ୍ମଣରେଖା କୁ ଉଲଂଘନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେଲାବେଳେ ସେ ତାଙ୍କ ପରବର୍ତୀ ରାଜନୈତିକ କ୍ଷତି କୁ ଭ୍ରୂକ୍ଷେପ କରି ନାହାନ୍ତି ।ତେଣୁ ନବୀନ ଏବଂ ବୈଜୟନ୍ତଙ୍କ ରାଜନୈତିକ ଆଦର୍ଶ ସମପରିମାଣରେ ଠିକ ।ନବୀନ ଆନୁଗତ୍ୟ ପ୍ରସଙ୍ଗରେ ସାଲିସ କରିନାହାନ୍ତି କି ବୈଜୟନ୍ତ ଆତ୍ମମର୍ଯ୍ୟାଦା କ୍ଷେତ୍ରରେ ସାଲିସ କରି ନାହାନ୍ତି ।ତେବେ ଏଇଠି ପ୍ରଶ୍ନ ଉଠିବ ଚାଟୁକାରିତା କୁ ଆନୁଗତ୍ୟ କୁହାଯିବା କୀ ??? ଏହି ପ୍ରସଙ୍ଗ ଟି କେବଳ BJD ନୁହ୍ନେ ସମଗ୍ର ରାଜନୈତିକ ବ୍ୟବସ୍ଥା ଭିତରେ ଆଲୋଚନା ହବା ଉଚିତ ।

ଆମ ମୂଳ ପ୍ରସଙ୍ଗ ଥିଲା ବୈଜୟନ୍ତ ଯିବେ କୁଆଡେ ? ଏହା ଅବଶ୍ୟ ତାଙ୍କର ବ୍ୟକ୍ତିଗତ ନିସ୍ପତି କିନ୍ତୁ ଯେଉଁ କାରଣଟି ପାଇଁ ସେ BJD ଛାଡିଲେ ତାହା ବର୍ତମାନ ପୁରା ରାଜନୈତିକ  ବ୍ୟବସ୍ଥାକୁ କବଳିତ କରି ରଖିଛି ତାହା ହଉଛି,  ବ୍ୟକ୍ତିତ୍ଵ  ଏବଂ   ପ୍ରତିଭା  ପରିବର୍ତେ   ରାଜନୀତିରେ ଚାଟୁକାରିତା ର ଚାହିଦା ।

ବର୍ତମାନ BJPରେ ଦିଲୀପ ରାୟଙ୍କଠୁ ମଧ୍ୟ ଅଧିକ କ୍ଷମତା ଶାଳି ହଉଛନ୍ତି କାଳନ୍ଦି ସାମଲ ଏବଂ ସୁରେଶ ପୂଜାରୀ ।ଏହି ଦୁଇ ବ୍ୟକ୍ତି କେବେ ନିର୍ବାଚନ ଜିତି ନାହାନ୍ତି ବରଂ ବାରମ୍ବାର ନିର୍ବାଚନରେ ପରାଜିତ ହେଇଛନ୍ତି ,କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିଦଳରେ ନିର୍ବାଚିତ ପ୍ରତିନିଧିଙ୍କ ଅପେକ୍ଷା ପରାଜିତ ଲୋକୋଙ୍କୁ ଅଧିକ ସମ୍ମାନ ଏବଂ ଗୁରୁତ୍ଵ ମିଳେ । ଏହା କେବଳ ଓଡିଶା ପରିପ୍ରେକ୍ଷୀରେ ନୁହ୍ନେ ମୋଦୀ ସରକାରଙ୍କ କ୍ୟାବିନେଟକୁ ଅନୁଧ୍ୟାନ କଲେ ଦେଖିବାକୁ ମିଳେ ।ମୋଦୀ ସରକାରଙ୍କ ସମସ୍ତ କ୍ଷମତା ଶାଳି ମନ୍ତ୍ରୀ ରାଜ୍ୟସଭାର ସଦସ୍ୟ ।ଅରୁଣ ଜେଟଳୀ,ପୀୟୂଷ ଗୋୟେଲ,ରବୀଶଙ୍କର ପ୍ରସାଦ,ନିର୍ମଲା ଶୀତାରମନ,ସ୍ମୃତି ଇରାନୀ,ପ୍ରକାଶ ଜାବେଦକର,ମୁକ୍ତାର ଅବାସ ନକଭି,ଏମ.ଯେ.ଆକବର,କେ.ଯେ. ଆଲ୍ଫୋଂସ,ରାମଦାସ ଅଠାବଲେ,ତତ୍ଵଚାନ୍ଦ ଗେହେଲୋଟ,ବିଜୟ ଗୋୟେଲ, ମନସୁଖ ମଣ୍ଡବ୍ୟ,ଜେ.ପି. ନଡ୍ଡା,ସୁରେଶ ପ୍ରଭୁ ଏବଂ ଓଡିଶାର ଧର୍ମେନ୍ଦ୍ର ପ୍ରଧାନ ପରି କୋଡିଏ ଜଣ ଗୁରୁତ୍ଵ ପୂର୍ଣ ମନ୍ତ୍ରୀ ରାଜ୍ୟ ସଭା ମାଧ୍ୟମରେ ମନ୍ତ୍ରୀ ବନିଛନ୍ତି ଏଥିରୁ ଗଣତନ୍ତ୍ର  ଏବଂ ଲୋକ ମତ ପ୍ରତି BJP ଏବଂ ମୋଦୀଙ୍କ ସମ୍ମାନ ସ୍ପଷ୍ଟ ଜଣାପଡେ ।

ଏପରି ଏକ ଦଳକୁ ବୈଜୟନ୍ତ ଗଲେ କିଛି ଲାଭ ବା ସମ୍ମାନ ପାଇବେ ଏକଥା ବିଜଯ ମହାପାତ୍ର ଉଦାହରଣକୁ ସମୀକ୍ଷା କଲେ ନକାରାତ୍ମକ ଇଙ୍ଗିତ ମିଳିବ ।ଶ୍ରୀକାନ୍ତ ଜେନା ଏବଂ ଦିଲ୍ଲୀପ ରାୟଙ୍କ ଉଦାହରଣକୁ ସମୀକ୍ଷା କଲେ ଦୁଇ ଜାତୀୟ ଦଳ କଂଗ୍ରେସ ଏବଂ BJP ର ମୌଲିକ ଆଦର୍ଶ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳେ ।ବିରୋଧୀ ଦଳରୁ ଯାଇ ଶ୍ରୀକାନ୍ତ କଂଗ୍ରେସରେ ମନ୍ତ୍ରୀ ବନି ପାରିଲେ ହେଲେ ଦିଲ୍ଲୀପ ରାୟ BJPରେ ବାରମ୍ବାର ଅବହେଳାର ଶିକାର ହେଇଚାଲିଛନ୍ତି ।

ଅବଶ୍ୟ ଦିଲୀପ ରାୟ,ବିଜୟ ମହାପାତ୍ର,ଖାରବେଳ ସ୍ଵାଇଁ,ବୈଜୟନ୍ତ ପଣ୍ଡା ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ,ଏହି ପାଞ୍ଚୋଟି ଗଣିତ ୨୦୧୯ ନିର୍ବାଚନକୁ ରୋଚକ କରିବ ।

Video

Pabitra Promo

Yoga & its benefits